ଓଡ଼ିଆ

ହାଇକୁ

 

କବାଟ କଡ ଲାଇଲାକ

ଯାଉଣୁ ଆସୁଣୁ

ବାସନା

 

ମଝି ଶୀତରେ  ଗରମ

ଚାରିଟି ଗେଣ୍ଡାଳିଆ

ଙ୍କ ଆକାଶ ରେ ଚୌପଦୀ

 

କୁକୁର ଗାଧୁଆ

ସବୁ ଓଦା

ଗାମୁଛା ଛଡା

 

 

ବିବାହ ବାର୍ଷିକୀ

କିଛି ସମୟ ଏକା ସାଙ୍ଗରେ

କେଉଁଠି ଖାଇବା ଯୁକ୍ତି ରେ

 

 

ଶ୍ରାଦ୍ଧ

ଶେଷ ଥର ପାଇଁ  ମୁଲା ମୂଲି

ପୁରୋହିତ ଙ୍କ ସହ

 

 

ଭୀଷଣ ଶୀତ

ଘାସ ସୁଦ୍ଧା ଲୁଚି ଯାଏ

କୁହୁଡି ତଳେ


"ସୃଜନ" ୨୦୨୪ volume ୪ ସଂଖ୍ୟା ୧ ରେ ପ୍ରକାଶିତ Published in "Srujan" 2024 Vol 4 Issue 1 

https://www.academia.edu/117194233/Srujan_The_Creativity_Journal_2024_Volume_4_Issue_1


ନିଭୃତ ଦ୍ରଷ୍ଟବ୍ୟ

 

ଏକାକୀ ସେ ତାସ୍ ମୁଠା ରେ

ଗୋଟେଇ ଚାଲେ

ବାସନ ର ଝଙ୍କାର,

ଝାଡୁ ର ପହଁରା ଶବ୍ଦ ହୁଏ ମଧ୍ୟମ  ସଙ୍ଗୀତ,

ଲୁଗା ଝାଡ଼ିବା ଶବ୍ଦ ସତେ ଯେମିତି ତବଲା ଧ୍ୱନି,

ମିଶେଇ ଦେଇ ଛୁଙ୍କ ଅବା ଛାଣିବା  ର ଶୁଶିରି,

ତେବେ ବାଦ୍ ନ ଦେଇ ପରିବା ଵାଲା ର ଡାକ,

ଆଉ ଛନ୍ଦି ଅଳିଆ ଵାଲା ର ଚିତ୍କାର,

ଗଢି ଦିଏ ତା'ର ଛାନ୍ଦ,

ଯେବେ ମୁହୂର୍ତ୍ତ ଟିଏ ପାଏ ଶୋଇବା ବେଳେ,

ହେଲେ ଖବର ନେଇ ସାରି ସଭିଙ୍କ II

 

ସୁମଧୁର ସଙ୍ଗୀତ ତା'ର

ଯାହା ମୁଁ  ଶୁଣେନା,

ପଢ଼େନା ତାର ରଚନା,

ଅନ୍ୟ ତାସ୍ ମାନେ ମଧ୍ୟ ମୋ ଭଳି॥

ମୋର ଦୃଷ୍ଟି ର ଦୋଷ ବା

ଶୃତି ର ଅଭାବ, ଅଥବା କାନ ରେ ଚୁଁଟା,

କିମ୍ବା ଶୋଇ ରହିଛି ମୁଁ ସ୍ଵପ୍ନ ରେ ଲୁପ୍ତ ହୋଇ,

ଅଥବା ମୁଁ  କେବଳ ବିଜୟୀ ଙ୍କ ବାନା ଉଡାଏ  ମୋ କୁଡ଼ିଆ କୁ ମହଲ ର ରୂପ ଦେବା ପାଇଁ,

ଆଉ ଯେତେବେଳେ

ଘଡ଼ଘଡ଼ି ଯାହା ମୁଁ  ଶୁଣେନା

ଓ ବିଜୁଳି ଯାହା ମୁଁ  ଦେଖେନା

ଆସି  ଧକ୍କା ଦିଅନ୍ତି  ମୋତେ,

ଆଉ ମୁ ଉଠେ ମୋର କୋଠରୀ ରେ,

ସବୁ ଶୁଣିବା, ସବୁ ଦେଖିବା ଶକ୍ତି ପାଇ,

ସେତେବେଳେ ବୁଝେ

କିଛି ତ୍ରୁଟି ନାହିଁ ମୋର ଦୃଷ୍ଟି ଓ ଶୃତି  ରେ,

କେବଳ ଦୂରତ୍ୱ ଠିକ୍ କଲେ ସବୁ ଦିଶେ,

କାନ ଶୁଣେ ସବୁ ସଂଗୀତ କୋଳାହଳ କୁ ଘଉଡ଼େଇ ଦେଇ,

ମୁ ବାଛି ନିଏ ସିପାହୀ ର ଗାମୁଛା ପତାକା କରି ମୋ ଘରେ,

ବୁଝି ଯେ ସିପାହୀ, ବିଜୟ ପରାଜୟ ରୁ ମୁକ୍ତ,

କେବଳ କର୍ମଯୋଗୀ ସେ

ଯୁଦ୍ଧରେ ଆଉ ଶାନ୍ତି ରେ ମଧ୍ୟ॥

 

ମୋର ଅପେକ୍ଷା ନାହିଁ ଏବେ ଅନ୍ୟ କେହି

ଟିକା କୁ ଟିକା ଲଗେଇବା ପର୍ଯ୍ୟନ୍ତ

କାରଣ ମୁଁ ଚିହ୍ନିବା ଶିଖିଛି  ତାସ୍ ର ଟିକା  ଟି କୁ II


"ସୃଜନ" ୨୦୨୪ volume ୪ ସଂଖ୍ୟା ୧ ରେ ପ୍ରକାଶିତ Published in "Srujan" 2024 Vol 4 Issue 1 

https://www.academia.edu/117194233/Srujan_The_Creativity_Journal_2024_Volume_4_Issue_1

ପ୍ରତ୍ୟାହାର

 

ପ୍ରଜାପତି ଟି ଫେରିବାକୁ ଚାହେଁ

ସମ୍ବାଳିଆ ଅବସ୍ଥା କୁ,

ଭାବି ଯେ ସୁରକ୍ଷିତ ହୋଇଯିବ ସେ

ମଣ୍ଡଳାୟିତ ଜାଲ ଗୁଡିକ ରୁ,

କିନ୍ତୁ ସେ ଆକର୍ଷଣ

ଫୁଲ ର

ମହୁ ର

ଏବଂ ଉଡିବା ର

ଏତେ ବେଶୀ ଯେ ତାହା ଛାଡିବା କଷ୍ଟ,

ଆଉ ସେତିକିବେଳେ ସେ ମଝି ଅବସ୍ଥା ରେ

ଅପ୍ରତକ୍ଷ ଓ ପ୍ରତକ୍ଷ  ର ବ୍ୟବଧାନ ଭିତରେ

ଅଜ୍ଞାତ ଫଳାଫଳ ର ସମ୍ଭାବନା

କମ୍ପନ ଜାତ କରେ,

କାଳେ  ତାର ଅବ୍ୟକ୍ତ ଶକ୍ତି

ରହି ଯିବ ଅପ୍ରକଟ ହୋଇ,

କିମ୍ବା ସେହି ସ୍ଥିତି ରେ ରହିବ କି ସେ ପୁର୍ଣ ପ୍ରକାଶିତ ହୋଇ,

ସ୍ୱୟଂ ସମ୍ପୂର୍ଣ, ସେ ଅବସ୍ଥା ରେ

ସତେ ଯେମିତି ଅବଶିଷ୍ଟ ଅଂଶ ଗୁଡିକ ଅନାବଶ୍ୟକୀୟ,

ଗଠନ ରେ ଇଛାକୃତ ଭାବରେ  ଛଡା

ଅନନ୍ତତା ରେ ଅନର୍ଥକ ଅବଶିଷ୍ଟାଂଶ ପରି ୲

 

ପୁଣି ପ୍ରଶ୍ନ ଉଠେ,

ଭଲ ହୁଅନ୍ତା କି ଯଦି ସେ ଫେରି ଯାଆନ୍ତା ଆଉ ଟିକେ ପଛକୁ

ଆଉ ହୋଇ ଯାଆନ୍ତା ଅଣ୍ଡା ଟିଏ,

ଅଥବା ଆହୁରି ପାଦେ  ଫେରି ଯାଆନ୍ତା

ସେହି ଅସୀମ ଅଭିବ୍ୟକ୍ତି ର ଚକ୍ର ରେ,

ପାଲଟି ଯାଆନ୍ତା ପୁଣି ଏକ ପ୍ରଜାପତି

ଯାହା ସେ ବର୍ତ୍ତମାନ ?

"ସୃଜନ" ୨୦୨୪ volume ୪ ସଂଖ୍ୟା ୧ ରେ ପ୍ରକାଶିତ Published in "Srujan" 2024 Vol 4 Issue 1 

https://www.academia.edu/117194233/Srujan_The_Creativity_Journal_2024_Volume_4_Issue_1